ଖେଳ

ବିଶ୍ୱକପ୍‌ 2019: ଆଜି ଭାରତ ବନାମ ବାଂଲା, ବିଶ୍ୱକପ୍‌ରେ ବାଂଲାଠାରୁ ଥରେ ହାରିଛି ଭାରତ

India world cup

ଅର୍ଗସ ବ୍ୟୁରୋ: ଆଜି ଭାରତ ବନାମ ବାଂଲାଦେଶ । ଇଂଲଣ୍ଡଠାରୁ ପରାଜିତ ହେବା ପରେ ଏବେ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର । ଏହା ହେଉଛି ବିଶ୍ୱକପର ୪୦ ତମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ କିଏ ଜିତିବ କିଏ ହାରିବ ତାହା ତ ଖେଳ ସରିବା ପରେ ସ୍ପଷ୍ଟ ହେବ ।

ଯଦି ଇତିହାସକୁ ଦେଖିବା ଦୁଇ ଦେଶ ମଧ୍ୟରେ ବିଶ୍ୱକପ୍‌ରେ ତିନିଥର ମୁକାବିଲା ହୋଇଛି । ଏଥି ମଧ୍ୟରୁ ଭାରତ ୨ଟି ଜିତିଥିବା ବେଳେ ବାଂଲାଦେଶ ଗୋଟିଏ ମ୍ୟାଚ୍‌ ଜିତିଛି । ପ୍ରଥମେ ଦୁଇ ଦେଶ ମଧ୍ୟରେ ୨୦୦୭ ବିଶ୍ୱକପ୍‌ରେ ମୁକାବିଲା ହୋଇଥିଲା ଏବଂ ଏହି ମ୍ୟାଚରେ ଭାରତକୁ ୫ ୱିକେଟରେ ହରାଇଥିଲା ବାଂଲାଦେଶ । ଏହି ପରାଜୟ ସହ ଟିମ ଇଣ୍ଡିଆ ବିଶ୍ୱକପ୍‌ର ସୁପର ୮ରୁ ବାଦ୍‌ ପଡ଼ିଥିଲା ।

ଦ୍ୱିତୀୟ ଥର ୨୦୧୧ ବିଶ୍ୱକପରେ ପୁଣି ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌କୁ ଭାରତ ୮୭ ରନ୍‌ରେ ଜିତି ନେଇଥିଲା । ସେହିପରି ୨୦୧୫ ବିଶ୍ୱକପ୍‌ରେ ପୁଣି ଦୁଇ ଦେଶ ମଧ୍ୟରେ ତୃତୀୟ ଥର ପାଇଁ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତ ୧୦୯ ରନ୍ରେ ବିଜୟ ହାସଲ କରିଥିଲା ।

ଯଦି ଚଳିତ ବିଶ୍ୱକପ୍‌ କଥା ଦେଖିବା ବାଂଲାଦେଶ ଦଳ ଡାର୍କ ହର୍ସ ଭାବେ ଉଭା ହୋଇଛି । ବାଂଲାଦେଶ ସାଉଥ୍‌ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ହରାଇ ତାର ମନୋବଳ ଦୃଢ଼ କରିଛି । ତେଣୁ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଆଜିର ମ୍ୟାଚ୍‌ ବହୁତ ରୋମାଂଚକର ହେବ ବୋଲି ଆଶା ରଖିଛନ୍ତି ଦୁଇ ଦେଶର କ୍ରିକେଟ ପ୍ରେମୀ ।

୨୦୦୭ ବିଶ୍ୱକପ୍‌ରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିଥିଲା । ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ମାତ୍ର ୧୮୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ସୌରଭ ଗାଙ୍ଗୁଲି ସର୍ବାଧିକ ୬୬ ରନ କରିଥିବା ବେଳେ ବାଲାଂଦେଶ ପକ୍ଷରୁ ମୋର୍ତ୍ତାଜା ମାତ୍ର ୩୮ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲେ । ଏହି ମ୍ୟାଚ୍‌ରେ ମୋର୍ତ୍ତାଜା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ସେହିପରି ୨୦୧୧ ବିଶ୍ୱକପ୍‌ରେ ବାଂଲାଦେଶ ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି, ବିରେନ୍ଦ୍ର ସେହଓ୍ୱାଗ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ୩୭୧ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ୩୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଲାଂଦେଶ ମାତ୍ର ୨୮୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ପରେ ୨୦୧୫ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ବାଲାଦେଶକୁ ଭେଟିଥିଲା ଭାରତ । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୦୨ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୩୭ ରନ୍‌ର ଇଂନିସ ଖେଳିଥିଲେ । ଜବାବରେ ବାଂଲାଦେଶ ମାତ୍ର ୧୯୩ ରନ୍‌ରେ ଅଲଆଉଟ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top