ରାଜ୍ୟ

ଦିଲ୍ଲୀବାସୀଙ୍କୁ ମିଳିଲା ବିଶ୍ୱର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲ: ରହିଛି ୧୦ ହଜାର ବେଡ୍‌

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ମିଳିଲା ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର । ଲୋକାର୍ପିତ ହେଲା ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର । ରବିବାର କୋରୋନା ଲଢେଇ ଦିଗରେ ଦିଲ୍ଲୀବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଗୋଟିଏ ପଟେ 10 ହଜାର ଶଯ୍ୟା ବିଶିଷ୍ଟ ଦୁନିଆର ସବୁଠାରୁ ବଡ କୋଭିଡ କେୟାର ସେଣ୍ଟର ଉଦଘାଟିତ ହୋଇଥିବା ବେଳେ ଅନ୍ୟପଟେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଆରମ୍ଭ କରାଯାଇଛି ।

ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଳ ଏହି କେୟାର ସେଣ୍ଟରକୁ ଉଦଘଟାନ କରିଛନ୍ତି । ଦିଲ୍ଲୀର ଛତ୍ରପୁରଠାରେ ରାଧା ସ୍ୱାମୀ ସତସଙ୍ଗ ବ୍ୟାସରେ ନିର୍ମିତ ହୋଇଥିବା କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ଆଟିବିପିର ଡାକ୍ତରୀ ଟିମକୁ ଦିଆଯାଇଛି । ଏହି କେନ୍ଦ୍ରରେ ଅଳ୍ପ ଲକ୍ଷଣ ଏବଂ ଲକ୍ଷଣ ନଥିବା ରୋଗୀଙ୍କୁ ଚିକିତ୍ସା କରାଯିବ । ଘରେ ପୃଥକବାସର ସୁବିଧା ନଥିବା ଲୋକଙ୍କୁ ଏଠାରେ ରଖି ଚିକିତ୍ସା କରାଯିବ ।

ସେପଟେ ଡିଆରଡିଓ ଦ୍ୱାରା ନିର୍ମାଣ କରାଯାଇଥିବା କୋଭିଡ ହସ୍ପିଟାଲକୁ ରବିବାର ଲୋକଙ୍କ ପାଇଁ ଖୋଲାଯାଇଛି । 11 ଦିନର ରେକର୍ଡ ସମୟ ମଧ୍ୟରେ ଡିଆରଡିଓ ଏହି ହସ୍ପିଟାଲକୁ ନିର୍ମାଣ କରିଛି । ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଠାକୁ ଗସ୍ତ କରିଛନ୍ତି । ଏହି ହସ୍ପିଟାଲରେ 250ଟି ଆଇସିୟୁ ବେଡ ରହିଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପ୍ରତିରକ୍ଷା ମନ୍ତ୍ରାଳୟର ଜମିରେ ଏହାକୁ 11 ଦିନ ମଧ୍ୟରେ ନିର୍ମାଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top