ଦେଶ

ଜିନ୍‌ପିଙ୍ଗ୍‌ଙ୍କ ସ୍ୱାଗତ ପାଇଁ ମହାବଳୀପୁରମ୍‌ ପ୍ରସ୍ତୁତ, ଚେନ୍ନାଇରେ ପହଞ୍ଚି ଚିନ୍‌ ଭାଷାରେ ଟୁଇଟ୍‌ କଲେ ମୋଦି

modi

ଅର୍ଗସ ବ୍ୟୁରୋ:  ଜମ୍ମୁ କାଶ୍ମୀର ଉପରେ କଟାକ୍ଷ ମତ ଦେବା ପରେ ଆଜି ଚିନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ଭାରତ ପହଞ୍ଚୁଛନ୍ତି । ଭାରତ-ଚୀନ୍‌ ମଧ୍ୟରେ ଏହିଥର ଇନ୍‌ଫର୍ମାଲ ସମିଟ୍‌  ତାମିଲ୍‌ନାଡୁର ମହାବଳୀପୁରମ୍‌ରେ ହେଉଛି । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଶି ଜିନପିଙ୍ଗଙ୍କ ସାକ୍ଷାତ ହେବ । ଏହି ସମୟରେ ଗରୁତ୍ୱପୂର୍ଣ୍ଣ ଚୁକ୍ତି ଉପରେ ଆଲୋଚନା ହେବ ।  ଚିନ୍‌ ରାଷ୍ଟ୍ରପତିଙ୍କ ଗସ୍ତ 48 ଘଣ୍ଟା ପାଇଁ ରହିଛି ।

ଚିନ୍‌ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ ମୋଦି ଚେନ୍ନାଇର ଏୟାର ପୋର୍ଟରେ ପହଞ୍ଚିଛନ୍ତି ।  ଏନେଇ ମୋଦି ଏଠାରେ  ପହଞ୍ଚି ତନୋଟି ଭାଷାରେ ଟୁଇଟ୍‌ କରିଛନ୍ତି ।  ଚିନୀ, ତାମିଲ୍‌, ଏବଂ ଅଂଗ୍ରେଜି ଭାଷାରେ ଟୁଇଟ୍‌ କରି ଚେନ୍ନାଇରେ ଜିନ୍‌ପଙ୍ଗ୍‌ଙ୍କ ସ୍ୱାଗତ ପାଇଁ ପହଞ୍ଚିଛନ୍ତି  ଖୁସି ଜାହିର୍‌ କରିଛନ୍ତି  ପିଏମ୍‌ ମୋଦି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top