ଟେକ୍ନୋଲୋଜି

ସୋସିଆଲ ମିଡିଆରେ ଫୋନ୍‌ ପେ’-ପେଟିଏମ୍‌ ଓ୍ୱାର୍‌ !

ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଭାରତର ଦୁଇଟି ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ ସଂସ୍ଥା ଫୋନ ପେ’ ଏବଂ ପେଟିଏମ୍ । ୟେସ୍‌ ବ୍ୟାଙ୍କର ଶୋଚନୀୟ ଅବସ୍ଥା କଥା ପ୍ରଚାରିତ ହେବା ପରେ ପେଟିଏମ୍‌ ପକ୍ଷରୁ ଫୋନ୍‌ ପେ’କୁ ଏକ ଅଫର ଦିଆଯାଇଥିଲା । ତେବେ ସେହି ଅଫରକୁ କଡ଼ା ଭାଷାରେ ସମାଲୋଚନା କରି ପ୍ରତ୍ୟାକ୍ଷାନ କରିଛି ଫୋନ୍‌ ପେ’ ।

ପ୍ରଥମେ ପେଟିଏମ୍‌ ପକ୍ଷରୁ ଟ୍ୱିଟର୍‌ ଯୋଗେ କୁହାଯାଇଥିଲା ଯେ, ‘ପ୍ରିୟ ଫୋନ୍ ପେ ଆପଣଙ୍କୁ ପେଟିଏମ୍‌ ବ୍ୟାଙ୍କ #UPI ପ୍ଲାଟଫର୍ମକୁ ନିମନ୍ତ୍ରଣ କରାଯାଉଛି । ଏହାର ଏକ ଦୃଢ଼ ବ୍ୟାକ୍‌ ସପୋର୍ଟ ରହିଛି । ଏହା ଆପଣଙ୍କ ବ୍ୟବସାୟକୁ ନିରବିଚ୍ଛିନ୍ନ ଭାବେ ପରିଚାଳନା କରିବାରେ ସହଯୋଗ କରିବ ଏବଂ ଏଠାରେ ଆପଣଙ୍କ ବ୍ୟବସାୟକୁ ବହୁଗୁଣିତ କରିବାର ସମ୍ଭାବନା ରହିଛି । ପୁଣି ଥରେ ଫୋନ୍‌ ପେ’ ଭଲ ସ୍ତରକୁ ଫେରିଆସିବାର ସମ୍ଭାବନା ରହିଛି ।

ତେବେ, ଫ୍ଲିପକାର୍ଟର ମାଲିକାନାରେ ଥିବା ଡିଜିଟାଲ୍ ପେମେଣ୍ଟ ଆପ୍‌ ଫୋନ୍‌ ପେ’ କଡ଼ା ଭାଷାରେ ସମାଲୋଚନା କରି ଏହି ଅଫରକୁ ପ୍ରତ୍ୟାକ୍ଷାନ କରିଛି । ଫୋନ୍‌ ପେ’ ନିଜର କଠିନ ପରିସ୍ଥିତିରେ ମଧ୍ୟ ପ୍ରତିଯୋଗୀଙ୍କୁ ଜବାବ୍‌ ଦେବାକୁ ପଛାଇନାହିଁ । ଏହି ଅଫରକୁ ପ୍ରତ୍ୟାକ୍ଷାନ କରି ଫୋନ୍‌ ପେ’ କହିଛି, ‘ପ୍ରିୟ ପେଟିମ୍‌ ବ୍ୟାଙ୍କ୍‌, ଏହି ଅସୁବିଧା ଆମର ସବୁ ଦିନ ପାଇଁ ନୁହେଁ ଏହା କ୍ଷୀଣ ସ୍ଥାୟୀ । ଆମେ ପୁଣି ଥରେ ଫେରିବୁ । ତେବେ ଆପଣଙ୍କ ସହଯୋଗରେ କ୍ଷଣିକ ମଧ୍ୟରେ ଫେରିବାର କୌଣସି ଆବଶ୍ୟକତା ନାହିଁ’ ବୋଲି କହିଛି ଫୋନ ପେ’ ।

ସୂଚନା ଯୋଗ୍ୟ, ୟେସ୍‌ ବ୍ୟାଙ୍କ ସଙ୍କଟ ପରେ ଫୋନ ପେ’ ଏହାର ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି । ଏହାସହ ସଂସ୍ଥା ଏକ ଯୋଜନାବଦ୍ଧ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଦେଇ ଗତି କରୁଛି ବୋଲି ଫୋନ୍‌ ପେ’ ପକ୍ଷରୁ ତାର ଗ୍ରାହକଙ୍କୁ କୁହାଯାଇଛି । କୌଣସି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି ଫୋନ୍‌ ପେ’ । ଖୁବ୍‌ଶୀଘ୍ର ପୁଣି ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଫୋନ୍‌ ପେ’ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top