ଖେଳ

ବିରାଟ, ସଚିନ୍‌, ଧୋନୀଙ୍କଠାରୁ ଅଧିକ ଲୋକପ୍ରିୟ ପିଏମ୍‌ ମୋଦି-YouGov ସର୍ଭେ

modi

ଅର୍ଗସ ବ୍ୟୁରୋ: ଭାରତରେ ଲୋକପ୍ରିୟତା କ୍ଷେତ୍ରରେ  ମୋଦି ସର୍ବ୍ୱଚ୍ଚ ସ୍ଥାନରେ ।  ବିରାଟ,  ଧୋନୀ ଓ ସଚିନ୍‌ଙ୍କୁ  YouGov  ସର୍ବେ 2019  ଲିଷ୍ଟ୍‌ରେ  ପଛରେ ପକାଇଛନ୍ତି ମୋଦି । ସର୍ବେ  ଏଜେନ୍ସି YouGov ଦ୍ୱାରା ପୁରୁଷ ଓ ମହିଳାମାନଙ୍କ ପାଇଁ ଭିନ୍ନ ଭିନ୍ନ ଶ୍ରେଣୀରେ  41 ଦେଶର 42  ହଜାର ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ଯେଉଁଥିରେ ପୁରୁଷମାନଙ୍କ ଲିଷ୍ଟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶୀର୍ଷରେ ଅଛନ୍ତି । ସେହିପରି ମହିଳାମାନଙ୍କ ଲିଷ୍ଟଟରେ ମେରୀକମ୍‌ ଟପ୍‌ ରେ ଅଛନ୍ତି ।

ଏହି ସର୍ବେରେ ପିଏମ୍‌ ମୋଦିଙ୍କୁ 15.66 ପ୍ରତିଶତ  ଅଙ୍କ ମିଳିଥିବାବେଳେ ମେରୀକମ୍‌ଙ୍କୁ 10.36 ପ୍ରତିଶତ ଅଙ୍କ ମିଳିଛି । ସେହିପରି ମହେନ୍ଦ୍ର ସିଂହ ଧୋନୀ ଙ୍କୁ 8.58 ପ୍ରତିଶତ ଅଙ୍କ ମିଳିଛି ।  ପୁରୁଷଙ୍କ ଲିଷ୍ଟରେ ରତନ ଟାଟାଙ୍କୁ ତୃତୀୟ ଏବଂ ବରାକ୍‌ ଓବାମାଙ୍କୁ 4ର୍ଥ ସ୍ଥାନ ମିଳିଛି । 5ମ ସ୍ଥାନରେ  ବିଲ୍‌ ଗେଟ୍ସ ଏବଂ 6ଷ୍ଠ ସ୍ଥାନରେ  ଅମିତାବଚ୍ଚନ ରହିଛନ୍ତି ।  ମହିଳାଙ୍କ ସ୍ଥନାରେ ପ୍ରଥମେ ମେରିକମ୍‌ , ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ରହିଥିବା ବେଳେ ତୃତୀୟ ସ୍ଥାନରେ ଲତା ମଙ୍ଗେସ୍କର ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top