X
Breaking News
ଅପରାଧ

ଦୁଷ୍କର୍ମର ଶିକାର ହେବାରୁ ଆତ୍ମହତ୍ୟା କଲେ ଯୁବତୀ

dead body

ଭଦ୍ରକ: ଦୁଷ୍କର୍ମ ପରେ ଲୋକ ଲଜ୍ୟା ଭୟରେ ଯୁବତୀଙ୍କ ଆତ୍ମହତ୍ୟା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆ ଗାଁର  ବର୍ବବାହନ ସେଠୀଙ୍କ ଭଉଣୀ ଶୁଭଦ୍ରା ସେଠୀ । ଦୁଷ୍କର୍ମରେ ଶିକାର ହୋଇ ଲୋକଲଜ୍ୟା ଭୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗାଁର ଏକ ବିବାହ ଉତ୍ସବରେ ଶୁଭଦ୍ରାଙ୍କ ପରିବାର ଲୋକ ଯାଇଥିବା ବେଳେ ଘରେ ଶୁଭଦ୍ରା ଏକା ରହିଥିଲେ । ଏହାର ସୁଯୋଗ ନେଇ ସେହି ଗାଁର ସନ୍ତୋଷ ମାଝୀ (35) ଶୁଭଦ୍ରାଙ୍କ ଘରେ ପଶି, ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ପରେ ସେଠାରୁ ଫେରାର ହୋଇଯାଇଥିଲା ।

Suiside note

ତେବେ ଦୁଷ୍କର୍ମର ଶିକାର ହୋଇଥିବା ଯୋଗୁଁ ଲୋକ ଲଜ୍ଜାକୁ ଭୟ କରି ଶୁଭଦ୍ରା ଆତ୍ମହତ୍ୟା କରିଥିବା ଏକ ଚଠିରେ ଦର୍ଶାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚିଠିଟିକୁ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top