ରାଜ୍ୟ

ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣା, ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଥାନାରେ ଏତଲା ଦେଇଛନ୍ତି ଡାକ୍ତର । ଗତକାଲି ରାତିରେ ଜଣେ ବ୍ୟକ୍ତି ନିଜ ପିଲାକୁ ଚିକିତ୍ସା ପାଇଁ ନେଇ ଆସିଥିବା ବେଳେ ଡାକ୍ତର ଜୟପ୍ରକାଶ ପ୍ରଧାନଙ୍କୁ ଅଭଦ୍ର ଆଚରଣ କରି ଗାଲିଗୁଲଜ କରିଥିଲେ ।

ଡାକ୍ତରଙ୍କ ଷ୍ଟେଥୋଷ୍କୋପ ଭାଙ୍ଗି ଦେଇଥିଲେ । କାଗଜ ପତ୍ର ଫିଙ୍ଗିଦେଇଥିଲେ । ଡାକ୍ତର ଜୟପ୍ରକାଶ ପ୍ରଧାନ ଉକ୍ତ ବ୍ୟକ୍ତି ନାଁରେ ବିନିକା ଥାନାରେ ଏତଲା ଦେଇଥିଲେ । ବିନିକା ଥାନାଧିକାରୀ କୁଶ ପାଣିଗ୍ରାହୀ ତନାଘନା କରି ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।

ଡ଼ାକ୍ତର ଜୟ ପ୍ରକାଶଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ମଦ୍ୟପାନ କରି ଆସିଥିଲେ । ନିଜ ଉପରେ ଦୁର୍ବବ୍ୟବହାର ନେଇ କର୍ମଚାରୀଙ୍କ ସହିତ ଆଲୋଚନା ପରେ ଡ଼ାକ୍ତରଖାନାର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଡ଼ାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଉପଯୁକ୍ତ ସୁରକ୍ଷା ଦାବୀ ନେଇ ସିଡ଼ିଏମଓକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top