ଅପରାଧ

ହୋଟେଲ ମାଲିକଙ୍କୁ ଭୁଜାଲିରେ ହାଣି ଜେଲ ଗଲେ ତିନି ଯୁବକ

ବାଲେଶ୍ୱର: ନୀଳଗିରିରେ ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି । ଭୟଭୀତ ଅବସ୍ଥାରେ ନୀଳଗିରି ବାସୀ । ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ବସିଛି ନୀଳଗିରି । ଗତକାଲି ରାତି ପ୍ରାୟ ୧୦ଟାରେ ତିନିଜଣ ଯୁବକ ନିଶାସକ୍ତ ଅବସ୍ଥାରେ ହାତରେ ଭୁଜାଲି ଧରି ନୀଳଗିରି ଥାନା ସନାଗଡ଼ ବଜାରରେ ଥିବା ତାରିଣୀ ହୋଟେଲକୁ ଯାଇ ମାଲିକ ରଣଜିତ ବେହେରାଙ୍କୁ ଖାଇବାକୁ ମାଗିଥିଲେ ।

ମାଲିକ ମନା କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଆହତ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ତିନିଜଣ ହେଲେ ସଜନାଗଡ଼ ଅଞ୍ଚଳର ରାଜୁ ମାଝୀ,  ଭରତ ହେମ୍ବ୍ରମ ଓ ମଙ୍ଗଲ ମାଝୀ । ନୀଳଗିରି ଥାନାର ଆଇଆଇସି ନଳିତା ମୋଦିଙ୍କୁ ଝାରସୁଗୁଡା ବଦଳି ପରେ ଥାନାରେ ନୂତନ ଆଇଆଇସି  ନିଯୁକ୍ତି ନହେବା ଯୋଗୁଁ ଧୀରେ ଧୀରେ ଅପରାଧ ବଢିଛି ବୋଲି ଅଭିଯୋଗ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top