ନ୍ୟୁଜ୍

ଭସାଣିରେ ଅଘଟଣ, ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଯୁବକ

JJP

ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଦୂର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ଦୁବେଇଗଣ୍ଡାରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକର ମୃତ୍ୟୁ ।  ଯୁବକ ଜଣଙ୍କ ନାଁ ଦେବାଶିଷ ଜେନା ଓ ସେ ମାମୁଁ ଘରେ ପିଲାଦିନୁ ରହି ଆସୁଥିଲେ ।

ଦେବାଶିଷଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗ୍ରାମରେ ହୋଇଥିବାବେଳେ ସେ ପିଲାଦିନୁ ପହଙ୍ଗା ସ୍ଥିତ ଅମିତ୍ମା ମଲିକଙ୍କ ଘରେ ରହି ବ୍ୟସନଗର କଲେଜରେ ପାଠ ପଢୁଥିଲେ । ଗ୍ରାମର ଯୁବକମାନଙ୍କ ସହ  ଆଜି ଅପରାହ୍ନରେ ଦୂର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ଯାଇଥିଲେ ।

ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷଙ୍କୁ ଖୋଜି ନ ପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ କରି ଦେବାଶିଷଙ୍କୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top