ନ୍ୟୁଜ୍

ପ୍ରେମର କରୁଣ ପରିଣତି, ପ୍ରତାରଣା ସହି ନପାରି ଆତ୍ମହତ୍ୟା କଲେ ପ୍ରେମିକ

କଟକ: ଜୀବନର ପ୍ରଥମ ଥର ପାଇଁ ମୁଁ କହୁଛି, କେବେ କାହାକୁ ହାର୍ଟିଲି ଭଲ ପାଇବ ନାହିଁ  । ଏହା ହେଉଛି ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଜଣେ 23 ବର୍ଷୀୟ ଯୁବକଙ୍କର ଅଭିବ୍ୟକ୍ତି  । ମୃତ୍ୟୁ ପୂର୍ବରୁ ସେ ନିଜର ଲାଇଭ ଭିଡିଓ କରି ଏପରି ଉପଦେଶ ଦେବା ସହ ସେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା ଟ୍ରେନ ଲାଇନ କଡରେ ବସି ଲାଇଭ ଭିଡିଓ ସୁଟିଂ କରିଛନ୍ତି । ଆଉ ତାଙ୍କର ଏହି ଶେଷ ଅଭିବ୍ୟକ୍ତି ପରେ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି  । ଏମିତି ଏକ ଘଟଣା ଘଟିଛି କଟକ ଛତ୍ର ବଜ଼ାର ନିକଟ ଟ୍ରେନ ଲାଇନରେ  ।

କଟକ ରାଉସାପାଟଣାର ମନୋଜ ସ୍ୱାଇଁଙ୍କ ବୟସ 23 ବର୍ଷ ହେବ । ସେ ଦୀର୍ଘ 3 ବର୍ଷ ହେଲା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ  । ମାତ୍ର ଯୁବତୀ ଜଣଙ୍କ ଗତ କିଛି ଦିନ ହେଲା ଅନ୍ୟଜଣେ ଯୁବକଙ୍କୁ ଭଲ ପାଇବା ସହ ତାଙ୍କ ସହିତ ବିବାହ ଠିକ ହୋଇଯାଇଛି  । ଏଥିରେ ମୃତ ମନୋଜ ମ୍ରିୟମାଣ ହୋଇ ନିଜ ପ୍ରେମିକା ପାଖକୁ ଫୋନ କରିବା ପରେ ସେ ରୋକଠୋକ ମନା କରିବା ସହ ଜୀବନରୁ ଦୂରେଇ ଯିବାକୁ କହିଛି ।

ଏହା ପରେ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି  । ସୂଚନା ଥାଉକି ଯୁବକ ଜଣଙ୍କ ଗତ କାଲିଠାରୁ ଘରକୁ ଫେରି ନଥିଲେ । ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ  ମଧ୍ୟ ପାଇନଥିଲେ  । ଆଜି ସକାଳୁ ତାଙ୍କ ମୃତଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର କରାଯାଇଛି । ତାଙ୍କ ନିକଟରୁ ମନୋଜଙ୍କର ମୋବାଇଲ ଉଦ୍ଧାର କରାଯାଇଛି  । ମୋବାଇଲରେ ସେ ମୃତ୍ୟୁ ପୂର୍ବରୁ ଏହି ଲାଇଭ ଭିଡ଼ିଓ କରିଥିଲେ

। କେବଳ ମୋବାଇଲ ନୁହେଁ, ଏକ ସୁଇସାଇଡାଲ ନୋଟ ମଧ୍ୟ ପୋଲିସ ତାଙ୍କ ନିକଟରୁ ଜବତ କରିଛି  । ସେଥିରେ ତାଙ୍କ ପ୍ରେମିକର ନାମ ଓ ଠିକଣା ଉଲ୍ଲେଖ କରିଛନ୍ତି । ତାଙ୍କର ଜିଓ କ୍ଲାଉଡରେ ସବୁ ପ୍ରମାଣ ମିଳିଯିବ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ମୋବାଇଲର ପାର୍ଟନ ମଧ୍ୟ ଚିଠିରେ ଚିତ୍ରକରି ଦେଇଛନ୍ତି  । ପ୍ରେମରେ ବିଫଳ ହେବା ଯୋଗୁଁ, ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ  ରହିଛି  । ଏନେଇ କଣ କହୁଛନ୍ତି ମୃତ ମନୋଜଙ୍କ ସଂପର୍କୀୟ ଶୁଣନ୍ତୁ । ଜିଆରପି ପୋଲିସ ମୋବାଇଲ, ସୁଇସାଇଡାଲ ନୋଟ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top