X
Breaking News
ନ୍ୟୁଜ୍

ଯୁବ ବୈଜ୍ଞାନିକ ଆୟୁଷ, ରେଡିଏସନ୍‌ରୁ ରକ୍ଷା ପାଇଁ ତିଆରି କଲେ ବେଲପତ୍ର ମୋବାଇଲ କଭର୍‌

AYUSH SCIentist

ଭୁବନେଶ୍ୱର: କମ୍‌ ବୟସ, ସ୍ୱଳ୍ପ ଅଭିଜ୍ଞତା ବେଳେବେଳେ ଏପରି କିଛି କାମ କରି ଦେଖାଏ ଯାହାକୁ ସାରା ଦୁନିଆ ପ୍ରଶଂସା କରିବା ଆରମ୍ଭ କରେ । ସେହିଭଳି ଭୁବନେଶ୍ୱରର ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁଷ ଆଚାର୍ଯ୍ୟ ନୂତନ କରି ଆବିଷ୍କାର କରିଛନ୍ତି ବେଲପତ୍ରର ମୋବାଇଲ କଭର । ଯାହା ମୋବାଇଲରୁ ବାହାରୁଥିବା ରେଡିଏସନକୁ କମାଇପାରିବ ।

ମୋବାଇଲର କୁପ୍ରଭାବରୁ ରକ୍ଷା କରିବ ବେଲପତ୍ର । କଥାବାର୍ତ୍ତା ହେବା ସମୟରେ ମୋବାଇଲରୁ ନିର୍ଗତ ରେଡିଏସନ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ମାତ୍ର ବେଲପତ୍ରରେ ପ୍ରସ୍ତୁତ ମୋବାଇଲ କଭର ଏହି ରେଡିଏସନକୁ କମାଇପାରିବ । ଏପରି ଏକ ନିଆରା ଆବିଷ୍କାର କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁଷ ଆଚାର୍ଯ୍ୟ ।

ଛୋଟବେଳୁ ହିଁ ଆୟୁଷ କିଛି ନୂଆ କରିବା ପାଇଁ ଆଗ୍ରହୀ ଥିଲେ । ଚାରି ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ସେ ଏପରି ଏକ ସଫଳତା ପାଇଛନ୍ତି । ବେଲପତ୍ରରେ ପ୍ରସ୍ତୁତ ମୋବାଇଲ କଭରକୁ ନେଇ ସେ ବେଶ ସମ୍ମାନିତ ଏବଂ ପୁରସ୍କୃତ ହୋଇଛନ୍ତି । ଅନେକ କଂପାନୀ ତାଙ୍କର ଏହି ଆବିସ୍କାରକୁ ନିଜର କରିବା ପାଇଁ ଧାଡ଼ି ଲମ୍ବାଇଛନ୍ତି । ତାଙ୍କୁ ନେଇ ବେଶ ଗର୍ବିତ ଅଛନ୍ତି ତାଙ୍କ ପରିବାର ଲୋକ ।

ଏବେ ଏହି ମୋବାଇଲ କଭରକୁ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ଚାହୁଁଛନ୍ତି ଆୟୂଷ । ଏଥିପାଇଁ ସେ ସରକାରଙ୍କ ଶୁଭଦୃଷ୍ଟି ଅପେକ୍ଷାରେ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top