ଅପରାଧ

କମେଣ୍ଟମାରି ଚପଲମାଳ ପିନ୍ଧିଲେ ଯୁବକ

ଢଙ୍କାନାଳ: ମହଙ୍ଗା ପଡ଼ିଲା କମେଣ୍ଟ ମାରିବା । କମେଣ୍ଟ ମାରି ଇଲେକ୍ଟ୍ରିକ୍‌ ଖୁଣ୍ଟରେ ବନ୍ଧା ହେଲେ ଯୁବକ  । ଏତିକିରେ ତାଙ୍କର ଦୁଃଖ ସରିଲା ନାହିଁ  । ଯେଉଁ ଯୁବତୀଙ୍କୁ କମେର୍ଟ ମାରିଥିଲେ, ସେ ତାଙ୍କୁ ଜୋତା ମାଳ ପିନ୍ଧାଇବା ସହ ଚପଲରେ ଉତ୍ତମ ମଧ୍ୟମ ଦିଟା ଦେଇଥିଲେ  । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡାର ଗାଁରେ  ।

ଯୁବକ ଜଣଙ୍କୁ ଦଉଡିରେ ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟରେ ବାନ୍ଧି ମାଡ ମାରୁଛନ୍ତି  । ଯୁବକଙ୍କୁ ଜଣେ ମହିଳା ମଧ୍ୟ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି  । ତେବେ ଏତିକିରେ ତାଙ୍କ ଦୁଃଖ ସରିଲା ନାହିଁ  । ତାଙ୍କୁ ଏକ ଡାଲା ଅଟୋରେ ବସାଇ ଚପଲ ମାଳ ପକାଇ ଥାନାକୁ ନେଇଥିଲେ  । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଭାଇରାଲ ହେବା ପରେ ଯୁବକଙ୍କ ପକ୍ଷରୁ ପ୍ରଥମେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା  । ମାମଲା ଆଧାରରେ ପୋଲିସ ପ୍ରଥମେ ଝିଅର ଜେଜେ ମାଆଙ୍କୁ ଗିରଫ କରିଛି  । ପରେ ଯୁବତୀଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି  । ପୋଲିସ ଯୁବତୀଙ୍କ ଜେଜେମାଙ୍କୁ କୋର୍ଟ ଚାଲାଣ କରିଛି । ଉଭୟଙ୍କ ପକ୍ଷରୁ ଏତଲା ପରେ ପୋଲିସ ତଦନ୍ତ ଚଳାଇଛି  । ଗିରଫ ଭୟରେ ଉଭୟ ପରିବାର ଲୋକେ ଫେରାର୍ ଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top